କୈଳାଶଶ ଚନ୍ଦ୍ର ପଣ୍ଡା, ପୁରୀ
ଗୁରୁବାର କୃଷ୍ଣ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ସକାଳଧୂପ ପରେ ମାଜଣା ଏବଂ ସନ୍ଧ୍ୟାଧୂପ ପରେ ଏକାନ୍ତ ନୀତି ଅନୁଷ୍ଠିତ ହୋଇଅଛି । ଏହି ନୀତି ମାହାଜନ,ସୁଦୁସୁଆର, ପର୍ବଯାତ୍ରା ଯୋଗାଣିଆ,ଆସ୍ଥାନ ପ୍ରତିହାରୀ, ଚନ୍ଦନ ଘଟୁଆରୀ,ପୂଜାପଣ୍ଡା,ଭିତରଛୁ- ମହାପାତ୍ର,ପାଳିଆପୁଷ୍ପାଳକ,ବିମାନବଡୁ, ଘଣ୍ଟୁଆ,ଖଟଶେଯ ମେକାପ ମାନେ ରହି ସମ୍ପାଦନ କରିଥିଲେ । ଆଜି ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରାତଃ ଘ.୬.୧୦ ମି. ରେ ସମ୍ପର୍ଣ୍ଣ ହୋଇ ,ଭିତର ସୋଧ ଘ.୬.୩୫ ରେ ହୋଇଥିଲା , ମହାପ୍ରଭୁଙ୍କ ମଙ୍ଗଳ ଆଳତି ସକାଳ ଘ.୬.୪୫ ରେ ବଢି ମଇଲମ ସକାଳ ଘ.୬.୫୦ ,ତଡପ ଲାଗି ଘ.୭.୧୦ ରେ ହୋଇ ଅବକାଶ ପୂଜା ନୀତି ସକାଳ ଘ.୭.୨୦ ରୁ ଆରମ୍ଭ ହୋଇ ଅବକାଶ ପୂଜା ଶେଷ ଘ. ୭.୪୫ ରେ ହୋଇଥିଲା |ଏହାପରେ ମଇଲମ ଘ.୭.୫୦,ରୋଷହୋମ ଘ.୮.୦୦ ବେଶ ଶେଷ ଘ.୮.୩୫,ସୂର୍ଯ୍ୟପୂଜା ଘ.୮.୫୦, ଦ୍ୱାରପାଳ ପୂଜା ଘ.୯.୦୫ , ହୋଇ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପୂଜା ଘ.୯.୩୫ ରୁ ଆରମ୍ଭ ହୋଇ ଗୋପାଳ ବଲ୍ଲବ ପୂଜା ଶେଷ ଘ.୯.୪୫ ରେ ହେଲାପରେ,ସକାଳଧୂପ ଘ.୧୦.୦୦ ଟାରେ ଡାକିଯାଇଥିଲେ, ସକାଳଧୂପ ଶେଷ ଘ.୧୧.୨୫ ରେ ହେବାପରେ ,ଘ.୧୧.୩୦ ରେ ସକାଳଧୂପ ପ୍ରସାଦ ବାହାରି ପାଣି ପଡି ଥିଲା । ଏହାପରେ ମାଜଣାକୁ ଦିଅଁ ବିଜେ ପାଇଁ ପୂର୍ବରୁ ମାଜଣା ମଣ୍ଡପ ଧୁଆ ହୋଇ ପରିସ୍କାର କରାଯାଇଥିଲା |ଭୋଗମଣ୍ଡପ ଉଠି ଶ୍ରୀଜୀଉଙ୍କ ମଇଲମ ଘ.୧୧.୫୦ ହେବାସହ ଗୁରୁବାର ମାଜଣା କୁ ଦିଅଁ ବିଜେ ପାଇଁ ପାଳିଆ ମାହାଜନ ମାନେ ରତ୍ନସିଂହାସନ ରୁ ମା’ ଲକ୍ଷ୍ମୀ,ମା’ସରସ୍ଵତୀ ଙ୍କୁ ଏବଂ ଦଖିଣି ଘରୁ ଶ୍ରୀମଦନମୋହନ ଙ୍କୁ ଆଣି ମାଜଣା ମଣ୍ଡପରେ ବିଜେ କରାଇ ଥିଲେ |ଏହାପରେ ସୁଦୁସୁଆର ପର୍ବଯାତ୍ରା ଯୋଗାଣିଆଙ୍କ ଠାରୁ ମାଜଣା ଜିନିଷ।ତ ନେଇ ପୂଜାଠା କଲାପରେ ମହାଜନେ ଠାକୁର ଠାକୁରାଣୀଙ୍କୁ ମାଜଣା କରି ଖଟ ଉପରେ ବସାଇଥିଲେ, ପାଳିଆପୁଜାପଣ୍ଡା ସାମନ୍ତେ ପୂଜାରେ ବସି,ପୂଜା ବଢିଲା ପରେ କର୍ପୁର ଆଳତି ସହ ଅରୁଆ ଚାଉଳ ଓ ଅକ୍ଷତ ଦ୍ୱାରା ବନ୍ଦାପନା କରିଥିଲେ, ମଧ୍ୟାନ ଧୂପ ଛେକ ଘ. ୧.୫୦ ମି.ରେ ଆସିଲା ପରେ, ମହାଜନେ ଦୁଇ ଠାକୁରାଣୀଙ୍କୁ ରତ୍ନସିଂହାସନ କୁ ଏବଂ ଶ୍ରୀମଦନମୋହନ ଙ୍କୁ ଦଖିଣି ଘରକୁ ବିଜେ କରାଇଥିଲେ ।ଏହାପରେ ମଧ୍ୟାନ ଧୂପ ଶେଷ ପରେ ଦଖିଣି ଘର ଭୋଗ ଘ୩.୦୫ ହୋଇ ଦ୍ଵିତୀୟ ଭୋଗମଣ୍ଡପ ଶେଷ ଘ.୪.୨୫ ହୋଇଥିଲା ,ମହାପ୍ରଭୁଙ୍କ ମଇଲମ ହୋଇ ବେଶ ସମୟରେ ଗୁରୁବାର ଏକାନ୍ତ ନୀତି ପାଇଁ ଦୁଇଟି ମାଳ, ମହାପ୍ରଭୁଙ୍କ ବାଡ଼ରେ ଲାଗି ହୋଇଥିଲା,ଗୋଟିଏ ସାଧାମାଳ ଅନ୍ୟଟି ତୁଳସୀ ମିସାମାଳ । ବେଶ ପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଘ.୫.୩୫ ରେ ବଢିଥିଲା ଏହାପରେ ମହାପ୍ରଭୁଙ୍କ ସନ୍ଧ୍ୟା- ଧୂପ ଡାକିଯାଇ ସନ୍ଧ୍ୟା ଧୂପ ଟେରା ଘ.୬.୪୦ ପଡି ସନ୍ଧ୍ୟା ଧୂପ ଶେଷ ଘ.୭.୩୦ ରେ ଶେଷ ହେବାପରେ, ସନ୍ଧ୍ୟା ଧୂପ ପ୍ରସାଦ ବାହାରି ପାଣି ପଡିବାପରେ, ମହାଜନେ ଶ୍ରୀମଦନମୋହଙ୍କୁ ଦଖିଣି ଘରୁ ନେଇ ସିଂହାସନରେ ବିଜେ କରାଇଥିଲେ | ପୂଜାପଣ୍ଡା ସାମନ୍ତେ ଶ୍ରୀଜୀଉଙ୍କଠାରୁ ଉପରୋକ୍ତ ଆଜ୍ଞାମାଳ ଦୁଇଟି ଆଣି ତୁଳସୀ ମିଶା ମାଳକୁ ଶ୍ରୀମଦନମୋହନ ଙ୍କୁ ଏବଂ ସାଧା ମାଳଟିକୁ ମା’ଲଷ୍ମୀ ଠାକୁରାଣୀ ଙ୍କୁ ଲାଗି କରିଥିଲେ । ଏହାପୂର୍ବରୁ ଝୁଲଣ ମଣ୍ଡପଠାରେ ରଖାଯାଇଥିବା ପାଲିଙ୍କିରେ ଠାକୁର ଠାକୁରାଣୀଙ୍କୁ ରତ୍ନସିଂହାସନ ରୁ ପଟୁଆରରେ ଆଣି ବିଜେ କରାଇଲାପରେ ବିମାନବଡୁ ମାନେ ପାଲିଙ୍କି ବୋହି ନେଇ ସରସ୍ୱତୀ,ଭୁବନେଶ୍ଵରୀ ମନ୍ଦିର ସାମନା ନିଶା ନୃସିଂହଙ୍କ ନିକଟରେ ଓଲ୍ଲାଇଥିଲେ। ମହାଜନେ ହାତରେ ବିଜେ କରାଇ ନେଇ ସରସ୍ୱତୀଙ୍କ ମନ୍ଦିର ଭିତରେ ପଶି ମା’ଲଷ୍ମୀ ଙ୍କ ଦେଉଳ ଜଗମୋହନକୁ ଯାଇ, ସେଠାରେ ଆଗରୁ ପଡିଥିବା ପଲଙ୍କରେ ଠାକୁର ଠାକୁରାଣୀଙ୍କୁ ବିଜେ କରାଇଲା |ପରେ ଭିତରଛୁ ମହାପାତ୍ରେ ପ୍ରସାଦ ଲାଗି କଲାପରେ, ପୂଜାପଣ୍ଡା ସାମନ୍ତେ ପୂଜାରେ ବସି ପୂଜାଶେଷରେ ଭୋଗ ପରେ କର୍ପୁର ଓ ବଳିତା ଆଳତି ହୋଇ ଅକ୍ଷତ ବନ୍ଦାପନା ପରେ ଠାକୁର ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଗାରଦ ଘର ପାର୍ଶ୍ୱ ସତପାହାଚ ବାଟେ ଗରୁଡ଼ଙ୍କ ସାମନା ଜଗମୋହନରେ ଓଲ୍ଲାନ୍ତି , ମା’ ଲକ୍ଷ୍ମୀ ସିଂହାସନକୁ ଏବଂ ଶ୍ରୀମଦନମୋହନ ଦଖିଣି ଘରକୁ ବାହୁଡାବିଜେ ପରେ ମହାପ୍ରଭୁଙ୍କ ମଇଲମ,ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଟିତ ହେବ ।