-
ପବ୍ଲିକ ଡାଟା ଅଫିସ ଆଗ୍ରିଗ୍ରେଟର୍ସ ସର୍ବସାଧାରଣଙ୍କୁ ୱାଇଫାଇ ସେବା ଯୋଗାଇବ
ଏହି ପ୍ରସ୍ତାବ ଦ୍ୱାରା ଦେଶରେ ପବ୍ଳିକ ୱାଇଫାଇ ନେଟୱାର୍କର ଅଭିବୃଦ୍ଧି ପ୍ରୋତ୍ସାହିତ ହେବ ଏବଂ ଏହାଦ୍ୱାରା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବାର ପ୍ରସାର ବଢିବ । ଏହା ମଧ୍ୟ ନିଯୁକ୍ତି ସୃଷ୍ଟି, ଲୋକଙ୍କ ଆୟ ବୃଦ୍ଧି ଓ ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ ।
ପ୍ରସ୍ତାବର ମୁଖ୍ୟାଂଶ
ଏହି ପବ୍ଲିକ ୱାଇଫାଇ ଆକ୍ସେସର ନାମ ରହିବ ‘ପିଏମ୍-ବାଣୀ’ । ଏହି ‘ପିଏମ୍-ବାଣୀ’ ବ୍ୟବସ୍ଥାଟି ବିଭିନ୍ନ ଅପରେଟରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ । ଯେଉଁମାନେ ଏହି ସେବା ଯୋଗାଇବେ ସେମାନଙ୍କର ତାଲିକା ତଳେ ଦିଆଯାଇଛି ।
• ପବ୍ଲିକ ଡାଟା ଅଫିସ (ପିବିଓ)- ଏହା କେବଳ ‘ବାଣୀ’ ଅନୁକୂଳ ୱାଇଫାଇ ଆକ୍ସେସ ପଏଣ୍ଟ ପ୍ରତିଷ୍ଠା କରି ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ ଏବଂ ଉପଭୋକ୍ତାଙ୍କୁ ବ୍ରଡବ୍ୟାଣ୍ଡ ସେବା ଯୋଗାଇଦେବ ।
• ପବ୍ଲିକ ଡାଟା ଅଫିସ ଆଗ୍ରିଗ୍ରେଟର (ପିଡିଓଏ)- ପବ୍ଲିକ ଡାଟା ଅଫିସଗୁଡିକର ସମାହାରରେ ଏହି ପିଡିଓଏ ଗଠିତ ହେବ । ଏହା ଅନୁମତି ପ୍ରଦାନ ଓ ହିସାବପତ୍ର ରଖିବା କାର୍ଯ୍ୟ କରିବ ।
• ଆପ୍ ପ୍ରୋଭାଇଡର- ଏହା ପଞ୍ଜୀକୃତ ବ୍ୟବହାରକାରୀଙ୍କ ପାଇଁ ଏକ ଆପ୍ ବିକଶିତ କରିବ ଏବଂ ଏହି ଆପ୍ ଆଖପାଖ ଅଞ୍ଚଳରେ ‘ବାଣୀ’ ଅନୁକୂଳ ୱାଇଫାଇ ହଟସ୍ପଟ୍କୁ ସଂଯୋଗ କରି ବ୍ୟବହାରକାରୀଙ୍କୁ ଇଣ୍ଟରନେଟ ସେବା ଯୋଗାଇଦେବ ।
• ସେଣ୍ଟ୍ରାଲ ରେଜିଷ୍ଟ୍ରି- ଏହା ଆପ୍ ପ୍ରଦାନକାରୀ, ପିଡିଓଏ ଏବଂ ପିଡିଓମାନଙ୍କ ସବିଶେଷ ତଥ୍ୟ ରଖିବ । ପ୍ରାରମ୍ଭିକ ଅବସ୍ଥାରେ କେନ୍ଦ୍ରୀୟ ରେଜିଷ୍ଟ୍ରି ସି-ଡଟ୍ ଦ୍ୱାରା ପରିଚାଳିତ ହେବ