ଏହି ଭବନରେ ଅଧିବେଶନର ଆୟୋଜନକୁ ଦୃଷ୍ଟିରେ ରଖି କାମ ତୀବ୍ର କରାଯିବ । ସୂଚନାଯୋଗ୍ୟ, ନୂତନ ସଂସଦ ଭବନରେ ଲୋକସଭାର ଆକାର ବର୍ତ୍ତମାନ ତୁଳନାରେ ୩ ଗୁଣ ରହିବ । ସେହିଭଳି ରାଜ୍ୟସଭାର ସ୍ଥାନ ମଧ୍ୟ ବର୍ତ୍ତମାନ ଅପେକ୍ଷା ଅଧିକ ରହିବ ।
ମନ୍ତ୍ରାଳୟ ଅନୁସାରେ, ନୂତନ ସଂସଦ ଭବନ ଅତ୍ୟାଧୁନିକ, ଟେକନିକ ସୁବିଧା ରହିବ । ସୋଲାର ସିଷ୍ଟମର ବ୍ୟବହାର ଯୋଗୁଁ ବିଦ୍ୟୁତ ଶକ୍ତିକୁ ମଧ୍ୟ ସଂଚୟ କରାଯିବ । ବର୍ତ୍ତମାନ ସଂସଦ ଭବନ ନିକଟରେ ତ୍ରିକୋଣୀୟ ଆକାରର ନୂତନ କୋଠା ସୁରକ୍ଷା ସୁବିଧା ସହିତ ରହିବ ।
ନୂତନ ଭବନରରେ ଭାରତୀୟ ସଂସ୍କୃତି, ଆଂଚଳିକ କଳା, ଶିଳ୍ପ ଓ ବାସ୍ତୁକଳାର ବିଚିତ୍ର ସମ୍ଭାର ପ୍ରଦର୍ଶିତ ହେବ । ଡିଜାଇନ ଯୋଜନାରେ କେନ୍ଦ୍ର୍ରୀୟ ସମ୍ବିଧାନ ଗ୍ୟାଲେରୀକୁ ସ୍ଥାନ ଦିଆଯାଇଛି । ସାଧାରଣ ଲୋକ ମଧ୍ୟ ଦେଖିପାରିବେ । ଏହା ବ୍ୟତୀତ ପରିବେଶଯୁକ୍ତ ଅନୁକୂଳ କାର୍ଯ୍ୟଶୈଳୀର ବ୍ୟବହାର ମଧ୍ୟ ହେବ । ଏତଦ ବ୍ୟତୀତ ଆହୁରି ଅନେକ ସୁବିଧା ରହିବ ।
ଭୂମିପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଲୋକସଭା ବାଚସ୍ପତି ଓମ ବିର୍ଲା, ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଗୃହ ଓ ନଗର ବ୍ୟାପାନ୍ତ୍ରାଜ୍ୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ରାଜ୍ୟସଭାର ଉପସଭାପତି ହରିବଂଶ ନାରାୟଣ ସିଂହ ସାମିଲ ହେବେ । କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସଂସଦ ସଦସ୍ୟଙ୍କ ସମେତ ମୋଟ ୨୦୦ ଲୋକ ୱେବକାଷ୍ଟ ଜରିଆରେ ସମାରୋହରେ ଉପସ୍ଥିତ ରହିବେ ।