-
ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
ଭୁୁବନେଶ୍ୱର– ଟାଟା ମୋଟର୍ସ ନାଁରେ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କୁ କ୍ରାଇମ ବ୍ରାଂଚ ୫ ଦିନ ରିମାଣ୍ଡରେ ନେବାକୁ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । କୋର୍ଟର ଅନୁମତି ପରେ କ୍ରାଇମବ୍ରାଂଚ ଶୁକ୍ରବାର ୫ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାଯାଇଛି ।
ଉଲ୍ଲେଖନୀୟ ଯେ ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ନାମରେ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲା ସମ୍ପର୍କରେ କମିସନରେଟ୍ ପୁଲିସ କୋର୍ଟଙ୍କୁ ଅବଗତ କରିଥିଲା ।