-
ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଦୋହରାଇଲେ
ବୁଧବାର ସଂଧ୍ୟାରେ ଭୁବନେଶ୍ୱର ପହଂଚିବା ପରେ ପୁରନ୍ଦେଶ୍ୱରୀ ଗୁରୁବାର ସକାଳୁ ପରୀର ଗାଁକୁ ଯାଇଥିଲେ । ପୁରନ୍ଦେଶ୍ୱରୀଙ୍କ ସହ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଓ ଲେଖାଶ୍ରୀ ସାମନ୍ତରାୟ ପ୍ରମୁଖ ନୟାଗଡ଼ ଗସ୍ତ କରିଥିଲେ । ପରୀ ପରିବାର ଠାରୁ ପୁରନ୍ଦେଶ୍ୱରୀ ସମସ୍ତ ଘଟଣା ପଚାରି ବୁଝିବା ସହିତ ପରୀ ଶବ ଉଦ୍ଧାର ହୋଇଥିବା ସ୍ଥାନ ମଧ୍ୟ ପରିଦର୍ଶନ କରିଛନ୍ତି । ବିଜେପିର ଏହି ଗସ୍ତ ସମୟରେ ଜିଲ୍ଲା ବିଜେପି ସଭାପତି ଲାଲାମନୋଜ ରାୟ, ସନ୍ତୋଷ ପ୍ରଧାନ, ପୂର୍ବତନ ବିଧାୟକ ତଥା ବିଜେପି ନେତା ପୂର୍ଣ୍ଣଚଦ୍ର ନାୟକ, ସିଦ୍ଧାର୍ଥ ଶେଖର ସିଂହ, ଇରାନୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।