
ଭଦ୍ରକ– ଜିଲ୍ଲା କଂଗ୍ରେସ ପକ୍ଷରୁ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଆଜି ଭଦ୍ରକ ଜିଲ୍ଲା ବ୍ୟାପୀ ବନ୍ଦ ପାଳନ କରାଯାଇଛି । ସହର ସମେତ ୧୬ ନଂ ଜାତୀୟ ରାଜପଥରେ ମଧ୍ୟ ବନ୍ଦ ପାଳନ କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି । ଯାନବାହନ ଚଳାଚଳ ବନ୍ଦ ରହିଛି । ଷ୍ଟେସନରେ ରେଳରୋକ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଗଣଧାରଣା ସହିତ ପ୍ରତିବାଦ ସଭା କରାଯାଇଛି । କଂଗ୍ରେସ ସହିତ ଅନ୍ୟ ସଂଗଠନର କର୍ମକର୍ତା ମଧ୍ୟ ଏଥିରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି । ଦଳ ମତ ନିର୍ବିଶେଷରେ ବନ୍ଦକୁ ସବୁ ଦିଗରୁ ସମର୍ଥନ ମିଳିଛି ।