
କଟକ- ନୟାଗଡ଼ ପରୀ ହତ୍ୟା ମାମଲାରେ ସରପଚଂଙ୍କ ସୁରକ୍ଷା ଆବେଦନ ପ୍ରସଙ୍ଗରେ ସୁରକ୍ଷା ନେଇ ଏସପିଙ୍କୁ ଜଣାଇବାକୁ କହିଛନ୍ତି ହାଇକୋର୍ଟ । ୧୫ ଦିନ ଭିତରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଙ୍କୁ ଜଣାଇବାକୁ କହିଛନ୍ତି ହାଇକୋର୍ଟ । ଏପରିକି ସୁରକ୍ଷାର ଆବଶ୍ୟକ ଥିଲେ ୭ ଦିନ ଭିତରେ ଏସପି ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଲକ୍ଷ୍ମୀ ପ୍ରସାଦ ସରପଚଂ ସୌମ୍ୟ ରଞ୍ଜନ ପ୍ରଧାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।