
ଢ଼େଙ୍କାନାଳ– ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବିଜାଡ଼ିହି ଛକ ନିକଟରେ ଆଜି ପୂର୍ବାହ୍ନରେ ଏକ ବାଇକ୍ ଭାରସାମ୍ୟ ହରାଇ ଗଛରେ ଧକ୍କା ଦେବା ଫଳରେ ବାପାପୁଅଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବାପା ରମଣୀ ରଞ୍ଜନ ମଲ୍ଲିକ ଓ ପୁଅ ସୁବ୍ରତ ରଞ୍ଜନ ମଲ୍ଲିକ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କ ମୃତଦେହ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଦୁର୍ଘଟଣାଗ୍ରସ୍ତ ବାଇକ୍ କୁ ଜବତ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।