ଜଗନ୍ନାଥପ୍ରସାଦ: ଆଜି ଭାରତ ବନ୍ଦ । ଚାଷୀ ମାନଙ୍କ ଦ୍ୱାରା ଡକାଯାଇଥିବା ଏହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି ଆଦିବାସୀ ଭାରତ ମହାସଭା ର ସଦସ୍ୟ ମାନେସେଥିରେ ମୁଖ୍ୟ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଜଗନ୍ନାଥପ୍ରସାଦ ରେ ବନ୍ଧ ର ପ୍ରଭାବ ସେତେଟା ପଡି ନଥିବା ବେଳେ ଆଦିବାସୀ ଭାରତ ମହାସଭା ର ସଦସ୍ୟ ମାନେ ବ୍ୟାନର ଓ ବ୍ଲଙ୍କେଟ ଧରି ବ୍ଳକ ଠାରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ । ପରେ ବସ ଷ୍ଟାଣ୍ଡ ଠାରେ ନାରାବାଜି ଦେଇ , ସରକାର ଙ୍କ କୃଷକ ମରା ନୀତି ଚଳିବ ନାହିଁ ବୋଲି କହିଥିଲେ। ଅନ୍ୟ ପକ୍ଷରେ ବନ୍ଧ ର ପ୍ରଭାବ ଶୂନ୍ୟ ହେତୁ ସମସ୍ତ ଦୋକାନ ବଜାର ଖୋଲାଥିବା ବେଳେ ଅଟୋ,ବାଇକ ଆଦି ଚଳ ପ୍ରଚଳ ହେଉଥିଲା। କୌଣସି ସରକାରୀ କାର୍ଯ୍ୟାଳୟ ଖୋଲିନଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ ଏବଂ ସମସ୍ତ ଜନ ଗହଳି ସ୍ଥାନ ମାନଙ୍କ ରେ ପୋଲିସ ମୁତୟନ ହୋଇଥିବା ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ କହିଛନ୍ତି ।
ଗଞ୍ଜାମ ଜିଲ୍ଲାରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ