
ପୁରୀ– ବିଭିନ୍ନ ଟ୍ରେଡ଼୍ ୟୁନିଅନ ଓ କୃଷକ ସଂଗଠନ ପକ୍ଷରୁ ପୁରୀ ବନ୍ଦ ଆଂଶିକ ସଫଳ ହୋଇଛି । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । କୃଷକ ସଂଗଠନ, ଶ୍ରମିକ ସଂଗଠନ, ଜିଲ୍ଲା କଂଗ୍ରେସ କମିଟି, ସିପିଆଇ, ସିପିଆଇ (ଏମ), ଫରୱାର୍ଡ଼ ବ୍ଲକ୍, ସିଆଇଟିୟୁ, ଏଆଇଟିୟୁସି ଆଦି ସଂଗଠନର କର୍ମକର୍ତା ମାନେ ସେମାନଙ୍କ ସଂଗଠନର ପତକା ଧରି ଅଠରନଳା, ମେଡ଼ିକାଲ ଛକ, ଗୁଣ୍ଡିଚାମନ୍ଦିର, ବଡ଼ଶଙ୍ଖ ଦେଇ ମାର୍କେଟ ଛକ, ସିଂହଦ୍ୱାର, ଦୋଳମଣ୍ଡପ ସାହିରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ପରେ ପରେ କଚେରୀ ଛକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଡ଼ିଆରଡିଏ ଅଫିସ୍, ଟ୍ରେଜେରୀ ଅଫିସ୍, ପୌର ସଂସ୍ଥା ସମ୍ମୁଖରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍ କୁ ବିରୋଧ କରି ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ ।
ଏହାର ପ୍ରଭାବରେ ପୁରୀ ସହରର ବସଷ୍ଟାଣ୍ଡରୁ କୌଣସି ବସ୍ ଛାଡିନାହିଁ । ଷ୍ଟେସନ ଠାରେ ମଧ୍ୟ ଆନ୍ଦୋଳନକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ।