-
ବନ୍ଦକୁ ସଫଳ କରିବାକୁ ପିକେଟିଂଗ କଲେ ବିଭିନ୍ନ ଦଳ ଓ ଟ୍ରେଡ ୟୁନିୟନର କର୍ମକର୍ତା
ଭୁବନେଶ୍ୱର– କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ବିଲ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ମାନେ ଦେଇଥିବା ବନ୍ଦ ଡାକରା ଫଳରେ ରାଜ୍ୟରେ ଟ୍ରେନ ସେବା ଓ ବସ ସେବା ବାଧା ପ୍ରାପ୍ତ ହୋଇଛି । ବନ୍ଦ ସମର୍ଥକ ମାନେ ବିଭିନ୍ନ ରେଳ ଷ୍ଟେସନରେ ଟ୍ରେନ ଚଳାଚଳକୁ ବାଧିତ କରିଥିବା ବେଳେ ଅନେକ ସ୍ଥାନରେ ପିକେଟିଂ କରି ଟ୍ରକ ଓ ଅନ୍ୟ ସେବାକୁ ବାଧିତ କରିଛନ୍ତି । ତେବେ ଲୋକ ମାନେ ଅନେକ ସ୍ଥାନରେ ନିଜ ନିଜ ବାହନରେ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଦେଖା ଯାଇଛି । ଆଜି ସକାଳୁ ଦୋକାନ ବଜାର ଓ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା ।
ଆଜି ସକାଳୂୁ ବନ୍ଦ ସମର୍ଥନକାରୀ ମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ଠାରେ ଟ୍ରେନ ସେବାକୁ ଅଟକାଇଥିଲେ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରେନ ସେବା ଅଟକା ଯାଇଥିବା ଜଣା ପଡିଛି ।