
ଜଗତସିଂହପୁର– ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଭାରତ ବନ୍ଦ୍ ର ପ୍ରଭାବ ଦେଖିବାକୁ ମିଳିଛି । ଜଗତସିଂହପୁରର ବଙ୍ଗଳା ଛକରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ବ୍ୟତୀତ କଟକ-ପାରାଦ୍ୱୀପ ରାସ୍ତାର ରଘୁନାଥପୁର ଠାରେ କଂଗ୍ରେସ କର୍ମୀ ମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି ।