
ପୁରୀ- ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ଲାଗି ଜଣକର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଅରଖକୁଦା ସାମୁଦ୍ରିକ ଥାନା ଅନ୍ତର୍ଗତ ବେତଗୋରଡ଼ି ଗ୍ରାମ ନିକଟ ଜଙ୍ଗଲରେ । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ରବି ନାୟକ (୪୫) । ଜଙ୍ଗଲ ପାଖ ବଗିଚାକୁ କାମ କରିବାକୁ ଶ୍ରମିକ ଭାବେ ଯାଇଥିବା ବେଳେ ଫାଶରେ ଲାଗି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ପ୍ରକାଶ ଥାଉ କି, ବାରହା ଆକ୍ରମଣରେ ପୂର୍ବରୁ ୬ ଜଣ ଆହତ ହୋଇ ଚିକିତ୍ସାଧିନ ଥିବା ବେଳେ ଗତକାଲି ପୁରୀ ଲୋକନାଥ ରୋଡ ଛପନ ଛକ ଠାରେ ଡ୍ରେନ୍ ଭିତରେ ପଶି ରହିଥିବା ବେଳେ ଏକ ଦୁର୍ଦ୍ଦାନ୍ତ ବାରହାକୁ ବନ କର୍ମଚାରୀ ମାନେ କାବୁ କରିଥିଲେ ।