
ଫୁଲବାଣୀ– କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ ବିରୋଧୀ କଳା ଆଇନ ପ୍ରତ୍ୟାହାର ଦାବୀରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ ଜଣାଇ ଫୁଲବାଣୀ ଠାରେ ରାସ୍ତାରୋକ କରାଯାଇଛି । କେନ୍ଦ୍ର ସରକାରଙ୍କ କମ୍ପାନୀ ପ୍ରୀତି ଓ ଚାଷୀ ମାରଣା ନୀତିକୁ ଦୃଢ ବିରୋଧ କରାଯାଇଛି । ଆଳୁ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରିରୁ ବାଦ ଦେବା ଫଳରେ ଆଳୁ ପିଆଜର ଆକାଶଛୁଆଁ ଦରବୃଦ୍ଧି ଘଟୁଛି।ଚାଷୀର ଉତ୍ପାଦିତ ଦ୍ରବ୍ୟ ସଂରକ୍ଷଣ ପାଇଁ ସୁବିଧା ନଥିବାରୁ ଚାଷୀ ତୁରନ୍ତ ତାର ଉତ୍ପାଦିତ ସାମଗ୍ରୀ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟହୁଏ । ସେଥିପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ନ ହେଲେ ଚାଷୀ କ୍ଷତିଗ୍ରସ୍ତ ହେବ । କମ୍ପାନୀମାନେ ମାଲିକ ହୋଇ ଶୋଷଣ କରିବେ, ଏବଂ ଚାଷୀମାନେ ସେମାନଙ୍କ ପାଖରେ ମୂଲିଆ ହେବାକୁ ବାଧ୍ୟ ହେବେ ।
କନ୍ଧମାଳ ନବ ନିର୍ମାଣ କୃଷକ ସଂଗଠନ ସହିତ କଂଗ୍ରେସ ଓ ବିଭିନ୍ନ ଟ୍ରେଡ ୟୁନିଅନ ସାମିଲ ହୋଇ ସରକାରଙ୍କ କୃଷି ବିରୋଧୀ ନାରା ଦେଇ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।
