ମିଳିଥିବା ସୂଚନା ଅନୁସାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ଆଜି ଦିନ ୧୦ଟା ୪୫ରେ ଉଦଘାଟନ ହେଉଥିବା ବେଳେ ତିନି ଦିନ ଯାଏଁ ଚାଲିବ । ଭାରତ ସରକାରଙ୍କ ଟେଲିକମ୍ୟୁନିକେଶନ ବିଭାଗ ଓ ସେଲୁଲାର ଅପରେଟସସ ଆସୋସିଏଶନ ଅଫ ଇଣ୍ଡିଆ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ମୋଦୀଙ୍କ ଦ୍ୱାରା ଆତ୍ମନିର୍ଭର ଭାରତ, ଡିଜିଟାଲ ଭାରତ, ବିକାଶ, ଇଣ୍ଟରପ୍ରିନରସିପ ଏବଂ ଇନୋଭେସନ ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମରେ କିଛି କେନ୍ଦ୍ରମନ୍ତ୍ରୀ, ଟେଲିକମ ଜଗତର ମୁଖ୍ୟ କାର୍ଯ୍ୟନିର୍ବାହୀମାନେ, ଇଣ୍ଟରନେଟ ଥିଙ୍ଗସ, ଡାଟା ବିଶ୍ଲେଷକ,୫ଜି ବିଶେଷଜ୍ଞ ଆଦି ଯୋଡ଼ିହେବେ ।