ଭୁବନେଶ୍ୱର – ଆସନ୍ତା ୨୧ ତାରିଖରେ ଅନୁÂିତ ହେବାକୁ ଯାଉଥିବା ବିଜେପୁର ଉପନିର୍ବାଚନ କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ ସେଥିନେଇ ପୋଲିସ୍ ଡିଜି ବି.କେ ଶର୍ମାଙ୍କ ଅଧ୍ୟକ୍ଷତାରେ ବରଗଡ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଯାଇଛି । ବରଗଡ ପୋଲିସ ମୁଖ୍ୟାଳୟରେ ବସିଥିବା ବୈଠକରେ ନିର୍ବାଚନ ସମୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଛନ୍ତି ପୋଲିସ ମହାନିଦେ୍ର୍ଧଶକ । ଏହି ବୈଠକରେ ପଶ୍ଚିମାଂଚଳ ଆଇଜି, ଡିଆଇଜି , ସିଆରପିଏଫ କମାଣ୍ଡାଂଟ ଏବଂ ସୀମାନ୍ତବର୍ତୀ ୬ଟି ଜିଲ୍ଲାର ଏସପି ସାମିଲ ହୋଇଛନ୍ତି । ପୋଲିସ ଡିଜି ଏମାନଙ୍କଠାରୁ ସୁରକ୍ଷା ସଂପର୍କରେ ପ·ରି ବୁଝିଛନ୍ତି ।
ଭୋଟ୍ ଗ୍ରହଣ ସମୟରେ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ରହିବେ । ଏହା ବ୍ୟତୀତ ୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ , ୩ ପ୍ଲାଟୁନ୍ ଏସଏସବିଏଫ୍ ମୁତୟନ ରହିବେ । ଅପରାଧୀ ମାନଙ୍କୁ ରୋକିବାକୁ ପଦକ୍ଷେପ ନିଆଯିବ ବୋଲି ବୈଠକରୁ ଜଣାଯାଇଛି ।