ଭୁବନେଶ୍ୱର – କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି । ବାଲେଶ୍ୱର ଓ ନୀଳଗିରିରେ ଘଟିଥିବା ୨ ଟି ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ଉପସ୍ଥିତ ହୋଇଥିଲେ । ଏହି ସମୟରେ ସେ କହିଥିଲେ ଯେ ଏହି ଘଟଣା ସମ୍ପର୍କରେ ସେ ଜାଣନ୍ତିନାହିଁ । ଘଟଣାଟି ସତ୍ୟ ନୁହେଁ । ଏଥିରେ ସେ ବିଚଳିତ ନୁହନ୍ତି । ଭାବମୂର୍ତି ରକ୍ଷା ପାଇଁ ସେ ଆସିନାହାନ୍ତିି । ସେ କିଛି ଦୋଷ କରିନାହାନ୍ତି । ଆଇନ କୁ ସେ ସମ୍ମାନ ଦିଅନ୍ତି । ମାମଲାଟି ବିଚାରଧୀନ ଅଛି । କୋର୍ଟ ନିର୍ଦ୍ଦେଶ ପାଇବା ପରେ ସେ ଏଠାକୁ ଆସିଛନ୍ତି । ସତ୍ୟର ବିଜୟ ହେବ ବୋଲି ସେ କହିଛନ୍ତି ।