
ପୁରୀ– ପୁରୀ ଲୋକନାଥ ରୋଡ ଛପନ ଛକ ଠାରେ ଡ୍ରେନ୍ ଭିତରେ ପଶି ରହିଥିବା ବେଳେ ଦୁର୍ଦ୍ଦାନ୍ତ ବାରହା ଆଜି ବନକର୍ମଚାରୀଙ୍କ ଦ୍ୱାରା ଧରାପଡିଛି । ଗତକାଲି ବାରହା ୬ ଜଣଙ୍କୁ ଆକ୍ରମଣ କରିଥିବା ବେଳେ ଦୁଇ ଜଣ ସଫେଇ କର୍ମଚାରୀ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ବଳିଆପଣ୍ଡାରେ ବାରହା ମାତିବା ଯୋଗୁଁ ଗତ ଦୁଇ ଦିନ ହେଲାଣି ସ୍ଥାନୀୟ ଅଧିବାସୀ ମାନେ ଏହି ଦୁର୍ଦ୍ଦାନ୍ତ ବାରହାକୁ ଖୋଜୁଥିଲେ । ଆଜି ସକାଳ ବାରହାକୁ ଦେଖିବା ପରେ ସ୍ଥାନୀୟ ଅଧିବାସୀ ମାନେ ପାଟିତୁଣ୍ଡ କରିବାରୁ ବାରହାଟି ଦଉଡି ଯିବା ସମୟରେ ଡ଼୍ରେନ ଭିତରେ ପଶି ଯାଇଥିଲା । ପରେ ବନକର୍ମଚାରୀ ମାନେ ଆସି ବାରହାକୁ ଯନ୍ତାରେ ନେଇ ବାଲୁଖଣ୍ଡ ଅଭୟାରଣ୍ୟରେ ଚିକିତ୍ସା କରୁଛନ୍ତି ।