
ଭୁବନେଶ୍ୱର– ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ସୋମବାର ସକାଳେ ଏକାମ୍ର କ୍ଷେତ୍ର ପ୍ରକଳ୍ପ ଅଂଚଳର ପରିଦର୍ଶନ କରିଛନ୍ତିା ସେଠାରେ ସେ ବରିଷ୍ଠ ଅଧିକାରୀ ମାନଙ୍କ ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ଦୋକାନୀ ମାନଙ୍କର ପୁନର୍ବାସ କାମକୁ ଶୀଘ୍ର କରିବାକୁ ନିର୍ଦେଶ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତ ସପ୍ତାହ ଏହି ପ୍ରକଳ୍ପ ଅଂଚଳକୁ ଗସ୍ତ କରିଥିଲେ ଓ କାମର ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।