
ପୁରୀ ,୦୬/୧୨/୨୦୨୦,ସହୀଦ ଜୟୀରାଜଗୁରୁ ସ୍ମୃତି ପରିଷଦ ତରଫରୁ ତା ୦୬/୧୨/୨୦୨୦, ପୂର୍ବାହ୍ନ ଘ ୮ ଘଂଟିକା ସମୟରେ ପୁରୀ ସହୀଦ ଜୟୀରାଜଗୁରୁ ଷ୍ଟେସନ ବଜ଼ାର ସ୍ଥିତ ସହୀଦଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ଦୀପଦାନ ପ୍ରଦାନ ପୂର୍ବକ ସହୀଦଙ୍କର ୨୧୪ ତମ ଶ୍ରାଦ୍ଧଉତ୍ସବ ପାଳନ କରାଯାଇଥିଲା |ଏହି ଉତ୍ସବରେ ପରିଷଦର ପୃଷ୍ଠପୋଷକ ତଥା ପୁରୀ ଶ୍ରୀଯୁକ୍ତ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ |ଏହି ଉତ୍ସବ ପରିଚାଳନାରେ ପରିଷଦର ମୁଖ୍ୟ ଉପଦେଷ୍ଟା ନୃସିଂହ ମିଶ୍ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର, ସମ୍ପାଦକ ଶିବପ୍ରସାଦ ମିଶ୍ର, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦାଶ ଓ ପୂର୍ବତନ ପୁରୀ ମୁନିସିପାଲିଟି କାଉନସିଲର ରାଜାରାମ ରେଡି ସହଯୋଗିତା କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ସୁଧାକର ମହାପାତ୍ର, ମୁକ୍ତିମଣ୍ଡପ ପଣ୍ଡିତ ସଭାର ଉପସଭାପତି ଉମାବଲ୍ଲଭ ମହାପାତ୍ର, ସମାଜସେବୀ ବନ୍ଧୁ ରାଓ, ଆଡ଼ଭୋକେଟ ଭୀମସେନ ସାହୁ, ମଧୁସୂଦନ ରଥ, ତ୍ରିନାଥ ଉପାଧ୍ୟାୟ, ସାମ୍ବାଦିକ ଵିଷ୍ଣୁଦତ୍ତ ଦାସ, ପ୍ରସନ୍ନ ସାହୁ, ଅର୍ଜୁନ ସାହୁ, ଦୁର୍ଗାମାଧବ ମିଶ୍ର, ନବକିଶୋର ରଥ, ସୁନୀଲ କୁମାର ମିଶ୍ର, ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ, ପଦ୍ମନାଭ ତ୍ରିପାଠୀ ଓ ବହୁବ୍ୟକ୍ତି ଉପସ୍ଥିତ ରହି ସହୀଦଙ୍କ ବଳିଦାନର ସ୍ମୃତି ଚାରଣ ସହ ଶ୍ରଦ୍ଧା ନିବେଦନ କରିଥିଲେ |ସହୀଦଙ୍କର ଜୟଗାନ ମଧ୍ୟରେ ସମବେତ ଶତାଧିକ ସହୀଦ ପ୍ରେମୀ ତାଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ |