ହରିଆଣାର କୈଥଲ ଠାରେ ଏକ ସାଧାରଣ ସଭାକୁ ଉଦବୋଧନ ଦେଇ ଶ୍ରୀ ଶାହ କହିଛନ୍ତି ଯେ ଏହି ଅନୁଚ୍ଛେଦ ଯେ ହଟି ପାରିବ ନାହିଁ, ଏପରି କଥା ନ ଥିଲା, ହେଲେ କଂଗ୍ରେସ ନିକଟରେ ସାହସ ନ ଥିଲା । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ସଂସଦୀୟ ଅଧିବେଶନରେ ହିଁ ଏହାକୁ ହଟା ଗଲା । କଂଗ୍ରେସ ଏହି ଅନୁଚ୍ଛେଦକୁ ହଟାଇବାର ବିରୋଧ କଲା ।
ଶ୍ରୀ ଶାହ କହିଛନ୍ତି ଯେ ସେ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହନ୍ତି ଯେ ହରିଆଣାରେ ସେ ଅନୁଚ୍ଛେଦ ୩୭୦ ହଟା ଯିବାକୁ ସେ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି । ଭାରତ ମାତା କି ଜୟ ବୋଲି କହି ଶ୍ରୀ ଶାହ ଜନସାଧାରଣଙ୍କ ଅଭିବାଦନ କରିବା ସହ ସେ କଂଗ୍ରେସ ଉପରେ ଆକ୍ରମଣ କରି କହିଥିଲେ ଯେ କଂଗ୍ରେସ ବୁଝି ପାରୁ ନାହିଁ, କାହାକୁ ବିରୋଧ କରା ଯିବା ଉଚିତ ଓ କାହାକୁ ବିରୋଧ କରା ଯିବା ଉଚିତ ନୁହଁ ।
ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ହରିଆଣା ସମେତ ଦେଶର ଜନସାଧାରଣ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଛନ୍ତି । କିନ୍ତୁ କଂଗ୍ରେସ ଏହାକୁ ବିରୋଧ କରୁଛି । କେବଳ ସେତିିକି ନୁହେଁ ତିନ ତଲାକ, ଅନୁପ୍ରବେଶକାରୀଙ୍କୁ ବାହାର କରିବା ଆଦିକୁ ମଧ୍ୟ କଂଗ୍ରେସ ବିରୋଧ କରୁଛି । ବିଜୟା ଦଶମୀରେ ରାଫେଲକୁ ସେନାରେ ସାମିଲ କରିବାକୁ ନେଇ ସେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଯେ ରାଫେଲ ଭାରତୀୟ ସେନାରେ ସାମିଲ ହେବା କଂଗ୍ରେସକୁ ଖରାପ ଲାଗୁଛି ।