ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ମାଲକାନଗିରି ପୌରାଚଂଳରୁ ଜଣେ, ମାଲକାନଗିରି ବ୍ଲକରୁ ଜଣେ, ମାଥିଲି ବ୍ଲକରୁ ଜଣେ ଓ କାଲିମେଳା ବ୍ଲକରୁ ଜଣେ ରହିଛନ୍ତି । ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୩ ଜଣ ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଛନ୍ତି । ଜଣେ କ୍ଲିନିକାଲ ରେଫର୍ ରହିଛନ୍ତି । ଅଦ୍ୟାବଧି ଜିଲ୍ଲାରେ ୫୧୧୭ ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାଜନିତ ସକ୍ରିୟ ମାମଲା ୪୯ ରହିଛି ।
ସେହିପରି ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨ ରହିଛି ।