ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟ କରି କୁହା ଯାଇଛି ଯେ ଆମ ସମ୍ବିଧାନର ମହାନ ଶିଳ୍ପୀ ବାବାସାହେବ ବି.ଆର୍ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ସ୍ମରଣ କରୁଛି । ସେ ସମାନତା ଏବଂ ନ୍ୟାୟ ଉପରେ ଆଧାର କରି ସମାଜ ତଥା ଶାସନ ପ୍ରଣାଳୀ ପାଇଁ ଆଜୀବନ ସଂଘର୍ଷ କରି ଥିଲେ, । ସେ ଦେଶର ଆର୍ଥିକ ତଥା ଆଇନ ଶୃଙ୍ଖଳା ତଥା ସାମଗ୍ରିକ ବିକାଶ ପାଇଁ ମାର୍ଗଦର୍ଶନ କରିଥିଲେ । ତାଙ୍କୁ ସାଦର ନମନ ।
ସେ କହିଛନ୍ତି ଯେ ଆଜି, ଆମ ଦେଶବାସୀ, ତାଙ୍କ ଦ୍ବାରା ପ୍ରଦର୍ଶିତ କରା ଯାଇଥିବା ସମ୍ବିଧାନ ସମ୍ମତ ରାସ୍ତାରେ ଚାଲି ଅର୍ଥନୈତିକ ଏବଂ ସାମାଜିକ ନ୍ୟାୟ, ସୁଯୋଗର ସମାନତା ଏବଂ ଭ୍ରାତୃଭାବର ଆଦର୍ଶକୁ ସାକାର କରିବାକୁ ସଂକଳ୍ପ ନେବା ।