ମାଲକାନଗିରି – ଆସାମରେ ଚୂଡାନ୍ତ ଏନଆରସି ତାଲିକା ପ୍ରକାଶ ପାଇବାପରେ ରାଜ୍ୟରେ ବସବାସ କରୁଥିବା ବାଙ୍ଗଲାଦେଶୀଙ୍କ ମୁଣ୍ଡ ଉପରେ ଚଡକ ପଡିଛି ।ଭାରତରୁ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବାକୁ ଆସାମ ପରେ ଏବେ କେନ୍ଦ୍ର ସରକାରଙ୍କ ଆଖି ଓଡିଶା ଉପରେ ରହିଛି । ଏହାକୁ ନେଇ ବର୍ତମାନ ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଶରଣାର୍ଥୀଙ୍କ ମନରେ ଭୟର ବାତାବରଣ ।
ତଥ୍ୟ ଅନୁଯାୟୀ ୧ ୯୬ ୧ ମସିହାରେ ବାଲାଂଦେଶରେ ଦଙ୍ଗା ହୋଇଥିବା ସମୟରେ ଲକ୍ଷ ଲକ୍ଷ ଶରଣାର୍ଥୀ ନିଜର ଭିଟା ମାଟି ଛାଡି ଭାରତକୁ ·ଲି ଆସିଥିଲେ । ଏମାନଙ୍କୁ ଦେଶର ବିଭିନ୍ନ ରାଜ୍ୟରେ ଥଇଥାନ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପୁନର୍ବସତି ପାଇଥିଲେ ଅନେକ ବଙ୍ଗୀୟ ଶରଣାର୍ଥୀ । ଜିଲ୍ଲାରେ ୨୧୫ଟି ଏମ.ଭି ଓ ଏମ.ପି.ଭି ଗ୍ରାମରେ ଏମାନଙ୍କୁ ଥାଇଥାନ କରାଯାଇଥିଲା । ପରିବାର ପିଛା ୬ଏକର ·ଷ ଜମି ଓ ୬ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଥିଲେ କେନ୍ଦ୍ର ସରକାର । ଏହାରି ଭିତରେ ଦୀର୍ଘ ୬ ଦଶନ୍ଧି ବିତି ଯାଇଛି । ଆଉ ସେସମୟର ବଙ୍ଗୀୟ ଶରଣାର୍ଥୀ ଏବେ ଓଡିଶାର ଅର୍ଥନୀତି, ସାମାଜିକ ଓ ରାଜନୀତି କ୍ଷେତ୍ରରେ ଅଂଶୀଦାର ହୋଇଛନ୍ତି ।
ପୂର୍ବତନ ବିଧାୟକ ନଦିଆବାସି ବିଶ୍ୱାସ ଓ ନିମାଇଁ ସରକାରଙ୍କଠାରୁ ଆରମ୍ଭ କରି କ୍ୟାବିନେଟ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କ ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ବଙ୍ଗୀୟ ଶରଣାର୍ଥୀ । ମାଲକାନଗିରି ଜିଲ୍ଲାର ୨୧୫ଟି ଗାଁର ପ୍ରାୟ ୨ ଲକ୍ଷ ବଙ୍ଗୀୟ ଶରଣାର୍ଥୀ ଏବେ ଏଠାକାର ସ୍ଥାୟୀ ବାସିନ୍ଦା । ମତଦାନଠାରୁ ଆରମ୍ଭ କରି ସରକାରୀ ·କିରି ଓ ରାଜନୀତିରେ ଅଂଶଗ୍ରହଣ କରିବା ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ବଙ୍ଗୀୟ ଶରଣାର୍ଥୀ ।ତେବେ ୬୦ବର୍ଷ ଧରି ଓଡିଶାରେ ରହିବା ପରେ ନିଜକୁ ଆଉ ବଙ୍ଗୀୟ ବୋଲି ଭାବୁ ନାହାନ୍ତି ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଲୋକେ । ନିଜକୁ ଓଡିଆ ବୋଲି ଭାବୁଥିବା ବଙ୍ଗୀୟ ଲୋକେ ·ଷବାସ କରିବା ସହ ଜିଲ୍ଲାରେ ଅନେକ ଛୋଟ ବଡ ·କିରି କରି ନିଜ ପରିବାର ଚଳାଉଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ଏନଆରସି ରିପୋର୍ଟ ପରେ ପ୍ରଶାସନ ତନାଘନା କରୁଥିବାରୁ ଚିନ୍ତାରେ ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଲୋକେ । ତେବେ ସେମାନଙ୍କ ସମସ୍ତ ପ୍ରମାଣପତ୍ର ଠିକ ରହିଥିବା କହିଛନ୍ତି ବଙ୍ଗୀୟ ଲୋକେ । କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶ ପରେ ଜିଲ୍ଲାରେ ବେଆଇନ ଭାବେ ରହୁଥିବା ବଙ୍ଗୀୟମାନଙ୍କୁ ଚିହ୍ନଟ କରିବା ପାଇଁ ତହସିଲଦାରମାନଙ୍କୁ ନିଦେ୍ର୍ଧଶ ଦେଇଛି ଜିଲ୍ଲା ପ୍ରଶାସନ ।