ଗତ 24 ଘଣ୍ଟା ମଧ୍ୟରେ ଦେଶରେ 36,595 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 42,916 ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ନୂଆ ସୁସ୍ଥ ଓ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ 6,321 ପାର୍ଥକ୍ୟ ଥିବାରୁ ସିଧାସଳଖ ସକ୍ରିୟ ମାମଲାରେ 6,861 ହ୍ରାସ ପାଇଛି
ବିଶ୍ୱରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ହେଉଥିବା କରୋନା ଆକ୍ରାନ୍ତ (6,963)ଙ୍କ ତୁଳନାରେ ଭାରତରେ ଯଥେଷ୍ଟ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଯାହାକି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ବହୁତ କମ୍ ।
ଭାରତରେ ଜାତୀୟ ସୁସ୍ଥତା ହାର ଆଜି 94.2%କୁ ବୃଦ୍ଧି ପାଇଛି । ମୋଟ 90,16,289 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଦ୍ରୁତ ବୃଦ୍ଧି ପାଉଥିବା ବେଳେ ଆଜି ଅଛି 86,00,207 ।
ନୂଆ ସୁସ୍ଥଙ୍କ ମଧ୍ୟରେ 80.19% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ ସର୍ବାଧିକ 8,066 ଜଣ କୋଭିଡର ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 5,590 ଏବଂ ଦିଲ୍ଲୀରେ 4,834 ଜଣ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 75.76% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ଗତ 24 ଘଣ୍ଟାରେ କେରଳରେ 5,376 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 5,182 ଓ ଦିଲ୍ଲୀରେ 3,734 ଜଣ ଚିହ୍ନଟ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 540 ଜଣ କରୋନାରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ 77.78% ପ୍ରାଣ ହରାଇଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
24 ଘଣ୍ଟା ମଧ୍ୟରେ ହୋଇଥିବା ମୃତ୍ୟୁ ମଧ୍ୟରୁ 21.29% କେବଳ ମହାରାଷ୍ଟ୍ର (115)ରେ ହୋଇଛି । ଦିଲ୍ଲୀରେ 82 ଜଣଙ୍କର ଏବଂ ପଶ୍ଚିମବଙ୍ଗରେ 49 ଜଣଙ୍କ ମୃତ୍ୟୁ ହୋଇଛି ।