
ଭୁବନେଶ୍ୱର– ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ଶନିବାର ଦିନ ନୟାଗଡ଼ ଯଦୁପୁର ଗ୍ରାମକୁ ଯାଇ ପରୀର ବାପା ମାଆଙ୍କୁ ଭେଟିଛି । ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ. ଚେଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ପରୀ ପରିବାରକୁ ଭେଟି ଘଟଣା ବାବଦରେ ଅବଗତ ହୋଇଥିବା ଜଣା ପଡିଛି ।