ଭୁବନେଶ୍ୱର – ଦକ୍ଷିଣ ଓଡିଶାର ୩ ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରିବାପାଇଁ ୩ ଜଣ ବିରିÂ ଆଇଏଏସ୍ ଅଧିକାରୀ ସମ୍ପୃକ୍ତ ଜିଲ୍ଲା ଗସ୍ତ କରିଛନ୍ତି । ୩ ଟି ଜିଲ୍ଲା ହେଲା କୋରାପୁଟ , ମାଲକାନଗିରି ଓ ନବରଙ୍ଗପୁର । ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା , ୫ -ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଏନଏଚଆରସି ଅଧ୍ୟକ୍ଷା ଶାଲିନୀ ପଣ୍ଡିତ୍ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ସେମାନେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରେ ରୋଗୀ , ସେମାନଙ୍କ ସମ୍ପର୍କୀୟଙ୍କ ସମେତ ହସ୍ପିଟାଲର କର୍ମଚାରୀ ମାନଙ୍କ ସହିତ ଅଧିକାରୀ ମାନେ ଆଲୋଚନା କରିଥିଲେ । ଲୋକଙ୍କର ଯାହା ସବୁ ଅସୁବିଧା ରହିଛି ତାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେମାନେ କହିଛନ୍ତି ।