Skip to content
ପଟ୍ଟାମୁଣ୍ଡାଇ– କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଲିଛି ଇଟା ମାଫିଆ ମାନଙ୍କ ରାଜ୍ । ଗତ ସାତ ବର୍ଷହେଲା ସରକାରୀ ଜମି, ଅନାବାଦୀ, ଗୋଚର, ଖେଳପଡିଆ ଆଦି ଖାଲି ପଡିଥିବା ସ୍ଥାନ ଉପରେ ଇଟା ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଥିବା ମାଟିଆ ପାଳ ୩୨ ଏକର ବିଶିଷ୍ଟ ସରକାରୀ ଅନାବାଦୀ ଜମି ଉପରେ ଇଟା ମାଫିଆ ବେଆଇନ ଭାବେ ମାଟି ଖୋଳି ଇଟା ତିଆରି କରି ଚାଲିଛନ୍ତି. ଏପରିକି ପାଖରେ ବହି ଯାଉଥିବା ପୁରୁଣା ଗୋବରିନଦୀ ପୋତି ହୋଇ ପଡିଥିବା ବେଳେ ମୁନଫାଖୋର ଇଟା ମାଫିଆ ମାନେ ନଦୀ ଭିତରେ ବେଆଇନ ଭାବେ ଇଟା ତିଆରି କରି ପୋଡୁଛନ୍ତି. ପୋଲିସ ଏଭଳି ବେଆଇନ କାର୍ଯ୍ୟ ଉପରେ କୌଣସି ପଦେକ୍ଷପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଏବେ ସରକାରୀ ସ୍ତରରେ ଓ ସାଧାରଣତଃ ଲୋକେ ପକ୍କା ଘର ନିର୍ମାଣ ପାଇଁ ବ୍ୟସ୍ତ ହୋଇ ପଡୁଥିବା ବେଳେ ଇଟା ମାଫିଆ ଏହାର ଫାଇଦା ନେଉଛନ୍ତି । ଚଢା ଦାମରେ ଇଟା ବିକ୍ରୟ କରି ମାଲାମାଲ ହେଉଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଥିବା ରାଜସ୍ୱ ନିରିକ୍ଷକ ଓ ସହକାରୀ ନିରିକ୍ଷକ ମାନେ ସବୁଦେଖି ଜାଣି ଚୁପ ରହିଯାଉଛନ୍ତି । କିନ୍ତୁ ତହସିଲଦାର ଶରତ କୁମାର ଗିରିଙ୍କୁ ଇଟା ମାଫିଆ ମାନଙ୍କ ସମ୍ପର୍କରେ ଯୋଗାଯୋଗ କରିବାରେ ବେଆଇନ ଭାବେ ପୋଡା ଯାଉଥିବା ଇଟା ଭାଟି ଉପରେ ଚଢାଉ କରିବା ପାଇଁ ରାଜସ୍ବ ନିରିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ବୁଲି ବୁଲି ତନଖି କରୁଛନ୍ତି ।
Enjoy this blog? Please spread the word :)