ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ସରକାର 90 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ବିମାନ ଯାତ୍ରା, ରହିବା ଓ ଖାଦ୍ୟପେୟ ଖର୍ଚ୍ଚ ଅନ୍ତର୍ଭୁକ୍ତ । ଏହା ସହିତ ମିଳିତ ବିଶ୍ଵ କୁସ୍ତି ଲାଇସେନ୍ସ ଫି, ଭିସା ଦେୟ, ଖେଳାଳି, ପ୍ରଶିକ୍ଷକ ଓ ରେଫରିମାନଙ୍କ ପକେଟ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ । ନିମ୍ନଲିଖିତ ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
ପୁରୁଷ ଫ୍ରୀ ଷ୍ଟାଇଲ
ରବି କୁମାର – 57 କେଜି, ରାହୁଲ ଆବାରେ – 61 କେଜି, ନବୀନ – 70 କେଜି, ଗୌରବ ବାଲିୟାନ – 79 କେଜି, ଦୀପକ ପୁନିଆ – 86 କେଜି, ସତ୍ୟବ୍ରତ କାଡିୟାନ – 97 କେଜି, ସୁମିତ – 125 କେଜି
ପୁରୁଷ ଗ୍ରେକୋ-ରୋମାନ
ଅର୍ଜୁନ ହାଳାକୁର୍କୀ – 55 କେଜି, ଜ୍ଞାନେନ୍ଦ୍ର – 60 କେଜି, ସଚିନ ରାଣା – 63 କେଜି, ଆଶୁ – 67 କେଜି, ଆଦିତ୍ୟ କୁଣ୍ଡୁ – 72 କେଜି, ସାଜନ – 77 କେଜି, ସୁନୀଲ କୁମାର – 87 କେଜି, ହରଦୀପ – 97 କେଜି, ନବୀନ – 130 କେଜି
ମହିଳା
ନିର୍ମଳା ଦେବୀ – 50 କେଜି, ପିଙ୍କି – 55 କେଜି, ଅଂଶୁ – 57 କେଜି, ସରିତା – 59 କେଜି, ସୋନମ – 62 କେଜି, ସାକ୍ଷୀ ମଲ୍ଲିକ – 65 କେଜି, ଗୁରସରଣ ପ୍ରୀତ କୌର – 72 କେଜି, କିରଣ – 76 କେଜି
ଭାରତ କୁସ୍ତିରେ ମୋଟ 4ଟି ଅଲିମ୍ପିକ କୋଟା ହାସଲ କରିଛି । ସେମାନଙ୍କ ମଧ୍ୟରେ ବଜରଙ୍ଗ ପୁନିଆ (ପୁରୁଷ ଫ୍ରୀଷ୍ଟାଇଲ – 65 କେଜି), ଭିନେଶ ଫୋଗତ (ମହିଳା – 53 କେଜି), ରବି କୁମାର ଏବଂ ଦୀପକ ପୁନିଆ ଅନ୍ତର୍ଭୁକ୍ତ । ଏହାଛଡା ଆସନ୍ତା ବର୍ଷ ମାର୍ଚ୍ଚରେ ଏସିଆ ଯୋଗ୍ୟତା ପ୍ରତିଯୋଗିତା ଓ ଏପ୍ରିଲ 29 ରୁ ମେ 2 ମଧ୍ୟରେ ହେବାକୁ ଥିବା ବିଶ୍ଵ ଯୋଗ୍ୟତା ପ୍ରତିଯୋଗିତାରେ ସେମାନେ 2ଟି ଅଧିକ କୋଟା ହାସଲ କରିବା ପାଇଁ ସୁଯୋଗ ପାଇବେ