-
ମୋଟ ଆକ୍ରାନ୍ତ ମାମଲାର 4.5% ତଳକୁ ଖସିଲା ସକ୍ରିୟ ମାମଲା
ବିଗତ 6 ଦିନ ହେଲା ଲଗାତର ଭାବେ ଦୈନିକ ନୂଆ ମାମଲା ତୁଳନାରେ ଦୈନିକ ସୁସ୍ଥ ରୋଗୀ ସଂଖ୍ୟା ଅଧିକ ହେବାରେ ଲାଗିଛି ।
ଭାରତର ସକ୍ରିୟ କରୋନା ରୋଗୀ ଆଜିକା ଦିନରେ ମୋଟ ଆକ୍ରାନ୍ତଙ୍କର 4.5% ତଳେ ରହିଛି ।
ଦୈନିକ ନୂଆ ମାମଲାଠାରୁ ଦୈନିକ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିବା ଧାରା ଜାରି ରହିଥିବାରୁ ଭାରତର ସକ୍ରିୟ ରୋଗୀ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାକୁ ଲାଗିଛି । ଭାରତରେ ଏବେ ସକ୍ରିୟ ରୋଗୀ ସଂଖ୍ୟା 4,22,943କୁ ହ୍ରାସ ପାଇଛି, ଯାହା କି ଦେଶର ମୋଟ ଆକ୍ରାନ୍ତ ମାମଲାର 4.44% ।
ନୂଆ ମାମଲା ଠାରୁ ନୂଆ ସୁସ୍ଥ ସଂଖ୍ୟା ଅଧିକ ହେବା ଫଳରେ ଆଜି ମୋଟାମୋଟି ଆରୋଗ୍ୟ ହାର 94.11%କୁ ହ୍ରାସ ପାଇଛି । ବର୍ତ୍ତମାନ ମୋଟ ସୁସ୍ଥ ରୋଗୀ ସଂଖ୍ୟା 89,73,373କୁ ବୃଦ୍ଧି ପାଇଛି । ସୁସ୍ଥ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏବେ ଏହା 85,50,430 ରହିଛି ।
ଦେଶରେ ଦୈନିକ ନୂଆ ଆରୋଗ୍ୟ ମାମଲାରୁ 77.64% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି ।
କେରଳରେ ଦିନକରେ ସର୍ବାଧିକ 5,924 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ 5,329 ଜଣ ସୁସ୍ଥ ହୋଇଥିବା ବେଳେ ମହାରାଷ୍ଟ୍ରରେ 3,796 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଅନ୍ୟପକ୍ଷରେ ଦେଶରେ ଗତ 24 ଘଣ୍ଟାରେ ଦେଖାଦେଇଥିବା ନୂଆ ମାମଲାରେ 75.5% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।
ଗତ 24 ଘଣ୍ଟାରେ କେରଳରେ ସର୍ବାଧିକ 6,316 ମାମଲା ଚିହ୍ନଟ କରାଯାଇଛି । ଦିଲ୍ଲୀରେ 3,944 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମହାରାଷ୍ଟ୍ରରେ 3,350 ନୂଆ ମାମଲା ଚିହ୍ନଟ କରାଯାଇଛି ।
ଦେଶରେ ଦିନକରେ 526 ଜଣଙ୍କ ମୃତ୍ୟୁ ଘଟିଛି । ଏଥିରୁ 79.28% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।
ମହାରାଷ୍ଟ୍ରରେ 24 ଘଣ୍ଟାରେ ସର୍ବାଧିକ 111 ଜଣଙ୍କ ମୃତ୍ୟୁ ଘଟିଛି, ଯାହା ମୋଟ ଦୈନିକ ମୃତ୍ୟୁର 21.10% । ଦିଲ୍ଲୀରେ ଦିନକରେ 82 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗରେ 51 ଜଣଙ୍କ ମୃତ୍ୟୁ ହୋଇଛି ।