
ନୂଆଦିଲ୍ଲୀ, ବିଶ୍ୱରେ କରୋନାରେ ୬ କୋଟି ୫୫ ଲକ୍ଷ ୧ ହଜାର ୧୫୩ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୫ ଲକ୍ଷ ୧୦ ହଜାର ୮୫୦ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୪ କୋଟି ୫୩ ଲକ୍ଷ ୪୯ ହଜାର ୬୫ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୮୬ ଲକ୍ଷ ୪୧ ହଜାର ୨୩୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୬ ହଜାର ୬୭୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
ଆମେରିକାରେ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୧ କୋଟିଏ ୪୫ ଲକ୍ଷ ୩୦ ହଜାର ୪୯ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୮୨ ହଜାର ୭୩୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୮୫ ଲକ୍ଷ ୨୭୩ ଜଣ ସୁସ୍ଥ ହୋଇଥିବା ବେଳେ ୫୬ ଲକ୍ଷ ୯୧ ହଜାର ୩୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୬ ହଜାର ୨୯୬ ଜଣ ଗୁରୁତର ଅଛନ୍ତି ।