ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ଆଜି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ ବୀରମିତ୍ରପୁର ପୌରପାଳିକା ଏବଂ କୋରଡା ଓ କୁତ୍ରା ବ୍ଲକରେ ପରିମଳ ସେବା ପାଇଁ ନିୟୋଜିତ ଅତ୍ୟାଧୁନିକ ମେସିନ୍ ଓ ଗାଡି, ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ କେନ୍ଦ୍ର, ପାନପୋଷ୍ ଠାରେ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲାର ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିବେ । ଶୁକ୍ରବାର ସଂଧ୍ୟା ୫ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।