
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବୁରେଭି ବାତ୍ୟା କାରଣରୁ ରାଜ୍ୟରେ ଉତ୍ପନ୍ନ ସ୍ଥିତି ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନଙ୍କ ସହିତ ଆଲୋଚନା କରିଛି। କେରଳକୁ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସହଯୋଗ ଯୋଗାଇ ଦିଆଯିବ। ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତଙ୍କ ସୁରକ୍ଷା ଓ ମଙ୍ଗଳ କାମନା କରୁଛି ।”