ଘଟଣାକ୍ରମ ରେ ବିଡିପୁର 21 ନଂ ରାଜ୍ୟରାଜପଥ ଠାରୁ ମାତ୍ର 300 ମିଟର ଭୂଷଣ୍ଡପାଳ ଗ୍ରାମ ରାସ୍ତା କଡରେ ଏକ ଧାନ ବିଲ ରେ ଏକ ଶବ ଟିଏ ପଡିଥିବାର ସ୍ଥାନୀୟ ବାସିନ୍ଦା ଦେଖି ଥିଲେ । ଏହି ଖବର ପ୍ରଘଟ ହେବା ପରେ ଜଗନ୍ନାଥପ୍ରସାଦ ଥାନା ଏସ.ଆଇ ଭାଗୀରଥି ନାୟକ ଓ ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ଶବ ଟି ଜଣେ ମହିଳାଙ୍କ ର ବୋଲି ଜଣାପଡିଛି ତେବେ ମହିଳା ଜଣଙ୍କ ପରିଚୟ ମିଳିନଥିବା ବେଳେ ମହିଳା ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳରେ କରୋନା କଟକଣା କୁ ବେଖାତିର କରି ଜଣେ ସ୍ଥାନୀୟ ନେତା ଙ୍କ ଇଙ୍ଗିତରେ, ଗତ କାଲି ଓ ପୂର୍ବ ଦିନ ନାଟକ ପରିବେଷଣ କରାଯାଇଥିଲା ଯାହା ଗତ କାଲି ଜଗନ୍ନାଥପ୍ରସାଦ ପୋଲିସ ଦ୍ୱାରା ଭଣ୍ଡୁରମଧ୍ୟ ହୋଇଥିଲା ତେବେ ଆଜି ସକାଳୁ ସକାଳୁ ସେହି ଅଞ୍ଚଳରେ ଏକ ମହିଳାଙ୍କ ମୃତ ଦେହ ମିଳିବା ସ୍ଥାନୀୟ ଅଞ୍ଚଳରେ ଏକ ସନ୍ଦେହ ଜନକ ପରିସ୍ଥିତି ଉପୁଜାଇଛି । ଅନ୍ୟ ପକ୍ଷରେ ସ୍ଥାନୀୟ ଏସଡିପିଓ ଙ୍କ ସହ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପକ୍ରିୟା କୁ ଆଗକୁ ବଢ଼ାଇ ଥିବା ବେଳେ ସାଇଣ୍ଟିଫିକ ଟିମ ଆସିବା ରୁ ମୃତଦେହ ଟି ଜଣେ ମହିଳାଙ୍କ ବୋଲି ଜଣା ପଡିଥିବା ଥାନା ଅଧିକାରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ