ଭୁବନେଶ୍ୱର – ଓଡ଼ିଶା ପ୍ରଦେଶର ଉପାନ୍ତ ଅଂଚଳରେ ବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କର ସମସ୍ୟା ଅନୁଧ୍ୟାନ ତଥା ତା’ର ପ୍ରତିକାର ପାଇଁ ସୁପାରିଶ କରିବାକୁ ଗଠିତ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟିର ପ୍ରଥମ ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ବିଧାନସଭା ସଚିବାଳୟର କମିଟି ପ୍ରକୋଷ୍ଠ ନଂ ୫୪ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ କମିଟିଙ୍କ ଭବିଷ୍ୟତ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ପ୍ରାରମ୍ଭିକ ଆଲୋଚନା କରାଯାଇଥିଲା । ବୈଠକରେ ଉପବାଚସ୍ପତି ଶ୍ରୀ ଶ୍ରୀ ରଜନୀକାନ୍ତ ସିଂହ, ଇସ୍ପାତ, ଖଣି ଓ ପୂର୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମ ଓ ରାଜ୍ୟ କର୍ମ·ରୀ ବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଶ୍ରୀ ପ୍ରଦିପ କୁମାର ଅମାତ, ଶ୍ରୀ ପ୍ରଦୀପ ମହାରଥୀ, ଶ୍ରୀ ବଦ୍ରିନାରାୟଣ ପାତ୍ର, ଶ୍ରୀମତୀ ଉଷାଦେବୀ, ଡ. ନୃସିଂହଚରଣ ସାହୁ, ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ଅନନ୍ତ ଦାସ, ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ଶ୍ରୀ ବିଷ୍ଣୁଚରଣ ସେଠୀ, ଶ୍ରୀ ମହିଧର ରଣା, ଶ୍ରୀ ଦେବେଶ ଆ·ର୍ଯ୍ୟ, ଶ୍ରୀ ସାଲୁଗା ପ୍ରଧାନ, ମହମ୍ମଦ ମୁକିମ୍, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ବାସନ୍ତି ହେମ୍ବ୍ରମ୍ଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।