

ଆଜି ଚିହ୍ନଟ ହୋଇଥିବା ୪୮୦ ଜଣଙ୍କ ମଧ୍ୟରୁ ୨୭୬ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୦୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୭ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୫୧ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ୪୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରୁ ୧୯ ଜଣ, ବରଗଡ଼ରୁ ୩୦ ଜଣ, ଭଦ୍ରକରୁ ୨ ଜଣ, ବଲାଙ୍ଗୀରରୁ ୭ ଜଣ ରହିଛନ୍ତି ।
‘ସେହିପରି ବୌଦ୍ଧ ଜିଲ୍ଲାରୁ ୩ ଜଣ, କଟକରୁ ୩୫ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ଜିଲ୍ଲାରୁ କେହି ହେଲେ ସଂକ୍ରମିତ ହୋଇ ନାହାନ୍ତି । ଗଞ୍ଜାମରୁ ୭ ଜଣ, ଜଗତ୍ସିଂହପୁରରୁ ୧୯ ଜଣ, ଯାଜପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୧୬ ଜଣ, କଳାହାଣ୍ଡିରୁ ୨୮ ଜଣ, କନ୍ଧମାଳର ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୧୭ ଜଣ, କେନ୍ଦୁଝରରୁ ୧୩ ଜଣ, ଖୋର୍ଦ୍ଧାରୁ ୫୧ ଜଣ, କୋରାପୁଟରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୟୂରଭଞ୍ଜରୁ ୩୬ ଜଣ, ନବରଙ୍ଗପୁରରୁ ୬ ଜଣ, ନୟାଗଡ ଜିଲ୍ଲାରୁ ୪, ନୂଆପଡ଼ାରୁ ୧୪ ଜଣ, ପୁରୀରୁ ୩୧୯ ଜଣ, ରାୟଗଡା ଜିଲ୍ଲାରୁ ୩ ସମ୍ବଲପୁରରୁ ୧୪ ଜଣ, ସୋନପୁରରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତିା ସୁନ୍ଦରଗଡ଼ରୁ ୩୧ ଜଣ ଓ ଷ୍ଟେଟ୍ପୁଲ୍ରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି ।