ଭଞ୍ଜନଗର – ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତୁରୁମୁ ଗ୍ରାମରେ ମୋବାଇଲ ନମ୍ବର ମାଗିବାରୁ ନ ଦେବା କାରଣରୁ ମରଣାନ୍ତକ ଆକ୍ରମଣ ରେ 3ଜଣ ଗୁରୁତର ଆହତ ହୋଇ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର ହୋଇଛନ୍ତି l ସୂଚନା ମୁତାବକ ତୁରୁମୁ ଗ୍ରାମର ବିଜୟ କୁମାର ପଣ୍ଡା ଙ୍କ ଝୀଅ ଗୋବରା କୁ ଦାନ୍ତ ଚିକିତ୍ସା ନିମନ୍ତେ ଯାଇଥିବାବେଳେ ସେହି ଗ୍ରାମର କାନ୍ହୁ ଦାଶ ବିଜୟ ଙ୍କ ପୁଅ ସରୋଜ କୁ ଭଉଣୀ ର ମୋବାଇଲ ନମ୍ବର ମାଗିଥିଲା l ହେଲେ ସରୋଜ ନମ୍ବର ଦେବାକୁ ମନା କରିବାରୁ କ୍ରୋଦ୍ଧରେ କାନ୍ହୁ ଓ ତାର ସହଯୋଗୀ ନିରାକାର ବିଜୟ ଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ l
ଏଥିରେ ନିଜେ ବିଜୟ ତାର ସ୍ତ୍ରୀ ଭାଗ୍ୟଲତା ଓ ଶଳା ପ୍ରଦୀପ ତିନିଜଣ ଙ୍କ ମୁଣ୍ଡ ଓ ଶରୀର ର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି l ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ଗ୍ରାମର କିଛି ଲୋକ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ l