ଶ୍ରୀ ପ୍ରଧାନ କହିଛନ୍ତି ଯେ ଧୀରେ ଧୀରେ ସ୍ୱଦେଶୀ ଜ୍ଞାନକୌଶଳର ମହତ୍ୱ ବଢ଼ୁଛି । ଇଣ୍ଡିଆନ ଅଏଲ ଗବେଷଣା ଏବଂ ବିକାଶ(ଆର ଏବଂ ଡ଼ି) ପକ୍ଷରୁ ନୂଆ ଜ୍ଞାନକୌଶଳର ବିକଶିତ କରାଯାଇ ଦେଶର ଏହି ସର୍ବକୃଷ୍ଟ ତୈଳ ଆଜି ଠାରୁ ବଜାରରେ ବିକ୍ରି କରାଯିବାର କାମ ଆରମ୍ଭ ହେବା ଗର୍ବର ବିଷୟ । ପ୍ରିମିୟମ ଯାନ ମାନଙ୍କରେ ଏହି ତୈଳର ବ୍ୟବହାର ଦ୍ୱାରା ଇଞ୍ଜିନର ଗତି ବଢ଼ିବ । ଇଣ୍ଡିଆନ ଅଏଲର ଏହି ପଦକ୍ଷେପକୁ ପ୍ରଂଶସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ ।
ପ୍ରଥମ ପର୍ଯ୍ୟାୟରେ ଦେଶର 10ଟି ସହର ଯଥା ଦିଲ୍ଲୀ, ଗୁଡଗାଁଓ, ନୋଏଡ଼ା, ଆଗ୍ରା, ଜୟପୁର, ଚଣ୍ଡିଗଡ଼, ଲୁଧିଆନା, ମୁମ୍ବାଇ, ପୁଣେ, ଅହମ୍ମଦବାଦରେ ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଉପଲବ୍ଧ କରାଯାଇଛି ।
ଦ୍ୱିତୀୟ ପର୍ଯ୍ୟାୟରେ ଏହି ତୈଳକୁ ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଚି ଏବଂ କଲିକତା ସହରରେ ଉପଲବ୍ଧ କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉର୍ଜା ଦୃଷ୍ଟିକୋଣରେ ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ଼ ପଦକ୍ଷେପ । ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହେବା ଉଭୟ ଦେଶ ଏବଂ ଦେଶବାସୀଙ୍କୁ ଲାଭ ଦେଇଛି । ବଜାରରେ ଉତ୍ତମ ମାନର ତୈଳ ଇନ୍ଧନ ଆଣିବା ଭାରତ ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଇଜ୍ ଅଫ୍ ଲିଭିଂକୁ ପ୍ରାଥମିକତା ଦେଇ ଆସିଛନ୍ତି । ଏହି ଶୃଙ୍ଖଳାରେ ପୂର୍ବରୁ 30 ହଜାର କୋଟି ବ୍ୟୟରେ ଦେଶରେ ବିଏସ-6 ଭଳି କ୍ୱାଲିଟି ଇନ୍ଧନକୁ ଉପଲବ୍ଧ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।