-
ଦୈନିକ ସୁସ୍ଥ ସଂଖ୍ୟା ନୂଆ ମାମଲା ଠାରୁ ଅଧିକ
ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲା ତୁଳନାରେ ଅଧିକ ରହୁଥିବାରୁ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ 11,349 ହ୍ରାସ ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 31,118 ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।
କେତେକ ରାଜ୍ୟ (କେରଳ, ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ଼ ଇତ୍ୟାଦି)ରେ ଗତ 24 ଘଣ୍ଟା ମଧ୍ୟରେ କରୋନା ସକ୍ରିୟ ମାମଲା ହ୍ରାସ ପରଲକ୍ଷିତ ହୋଇଥିବା ବେଳେ ଉତ୍ତରାଖଣ୍ଡ, ଗୁଜରାଟ, ଆସାମ ଏବଂ ଗୋଆ ଭଳି ରାଜ୍ୟରେ ପଜିଟିଭ୍ ମାମଲା ବୃଦ୍ଧି ହୋଇଛି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 31,118 ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 41,985 ଜଣ ସୁସ୍ଥ ହୋଇଛନ୍ତି ।
ଦେଶରେ ମୋଟ 88,89,585 ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର 93.94% ରହିଛି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବଢ଼ି ଚାଲିଛି ଏବଂ ଏବେ ଏହା 84,53,982ରେ ରହିଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ 76.82% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
କେରଳରୁ ଗୋଟିଏ ଦିନରେ ସର୍ବାଧିକ 6,055 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ ଦିଲ୍ଲୀରେ 5,824 ଜଣ ସୁସ୍ଥ ହୋଇଛନ୍ତି ।
ନୂଆ କରୋନା ମାମଲା ମଧ୍ୟରୁ 77.79% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 3,837 ମାମଲା ଆସିଛି । ଦିଲ୍ଲୀରେ 3,726 ମାମଲା ଆସିଥିବା ବେଳେ କେରଳରେ 3,382 ମାମଲା ଆସିଛି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 482 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 81.12% ମୃତ୍ୟୁ କେବଳ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ମୋଟ ମୃତ୍ୟୁରୁ 22.4% ଅର୍ଥାତ 108 ଜଣଙ୍କ ମୃତ୍ୟୁ କେବଳ ଦିଲ୍ଲୀରେ ହୋଇଛି । ଏହା ପଛକୁ ମହାରାଷ୍ଟ୍ରରେ 80 ଜଣ ଏବଂ ପଶ୍ଚିମବଙ୍ଗରେ 48 ଜଣଙ୍କ ମୃତ୍ୟୁ ହୋଇଛି