
ଭୋପାଳ । ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧,୩୫୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୦୭,୪୮୫ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୩,୨୭୦ଜଣଙ୍କର ମୃତ୍ୟୁ ଘଟିଛି ।