
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି ଏବଂ ଏକ ଅନଲାଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ ବିଦ୍ୟୁତ କୁମାର ମିଶ୍ର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ପାରା ଲିଗାଲ ସ୍ବେଛାସେବୀ, ପାନେଲ ଓକିଲ ଏବଂ ଡାକ୍ତର ମାନେ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ଅମରେଶ ମହାପାତ୍ର ବକ୍ତା ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ କୁ ପ୍ରାଧିକରଣର କର୍ମକର୍ତ୍ତା ପରିଚାଳନା କରଥିଲେ ।