-
୨୫ରୁ ଉର୍ଧ କାର୍ଯ୍ୟକର୍ତା ଅଟକ
ମିଳିଥିବା ସୂଚନା ଅନୁସାରେ ପରୀକୁ ନ୍ୟାୟ ପ୍ରଦାନ କରିବା ଓ ଏହି ମାମଲାରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତଥା ରାଜ୍ୟର କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ମାମଲାରେ ସାମିଲ ଥିବା କାରଣରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାର ଦାବିରେ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଓ ମହାନଗର ସମ୍ପାଦକ ସମ୍ବିତ ପ୍ରସାଦ ରାଉତଙ୍କ ନେତୃତ୍ୱରେ ପରିଷଦର ୫୦ ଜଣରୁ ଉର୍ଧ କାର୍ଯ୍ୟକର୍ତା ଏକ ଶୋଭାଯାତ୍ରାରେ ବାହାରି ନାରାବାଜୀ କରିବା ସହ ଅରୁଣ ସାହୁଙ୍କ ସରକାରୀ ବାସଭବନକୁ ଘେରାଉ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ମାନେ ତାଙ୍କୁ ଅଟକାଇ ଥିବା ବେଳେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ୨୫ ଜଣ କାର୍ଯ୍ୟକର୍ତାଙ୍କୁ ପୋଲିସ ଅଟକ ରଖିଥିବା ଜଣା ପଡିଛି ।