

ଆଜି ଚିହ୍ନଟ ହୋଇଥିବା ୩୭୮ ଜଣଙ୍କ ମଧ୍ୟରୁ ୨୧୯ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୫୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୭ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ସବୁଠାରୁ ଅଧିକ ୩୮ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ୩୮ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରୁ ୧୪ ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରରୁ ୨୨ ଜଣ ରହିଛନ୍ତି ।
‘ସେହିପରି ବୌଦ୍ଧ ଜିଲ୍ଲାରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । କଟକରୁ ୨୪ ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ଜିଲ୍ଲାରୁ କେହି ହେଲେ ସଂକ୍ରମିତ ହୋଇ ନାହାନ୍ତି । ଗଞ୍ଜାମରୁ ୭ ଜଣ, ଜଗତ୍ସିଂହପୁରରୁ ୧୮ ଜଣ, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୧୫ ଜଣ, କଳାହାଣ୍ଡିରୁ ୮ ଜଣ, କନ୍ଧମାଳର ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୧୫ ଜଣ, ଖୋର୍ଦ୍ଧାରୁ ୩୭ ଜଣ, କୋରାପୁଟରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୟୂରଭଞ୍ଜରୁ ୩୪ ଜଣ, ନବରଙ୍ଗପୁରରୁ ୩ ଜଣ, ନୟାଗଡ ଜିଲ୍ଲାରୁ ୪, ନୂଆପଡ଼ାରୁ ୨୧ ଜଣ, ପୁରୀରୁ ୧୯ ଜଣ, ରାୟଗଡା ଜିଲ୍ଲାରୁ କେହି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ସମ୍ବଲପୁରରୁ ୧୪ ଜଣ, ସୋନପୁରରୁ ୧,ସୁନ୍ଦରଗଡ଼ରୁ ୩୨ ଜଣ ଓ ଷ୍ଟେଟ୍ପୁଲ୍ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।