

ଏ ନେଇ ଗତ ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କୋଭିଡ-୧୯ ଯୋଗୁଁ ବନ୍ଦ ହୋଇଥିବା ଓଡ଼ିଶାର ସମସ୍ତ ମେଡିକାଲ କଲେଜ ଡିସେମ୍ବର ୧ରୁ ପୁଣି ଖୋଲିବ । ଉଚ୍ଚଶିକ୍ଷା ବିଭାଗର ସଚିବ, ଡିନ୍ ,ପ୍ରିନ୍ସିପାଲ ଓ ବିଭିନ୍ନ ମେଡିକାଲ୍ କଲେଜର ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ଓ ପରି୍ୱାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଥିଲା । ତେବେ କରୋନା କଟକଣା ସହ ମାର୍ଗଦର୍ଶିକା ମାନି କଲେଜ ଖୋଲିବାକୁ ସମସ୍ତ ମେଡିକାଲ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।