ଭାରତରେ ଏବେ ସକ୍ରିୟ କରୋନା ମାମଲା 4,46,952 ରହିଛି, ଯାହାକି ମୋଟ ପଜିଟିଭ୍ ମାମଲାର 4.74% ।
ଦୈନିକ ନୂଆ ସୁସ୍ଥଙ୍କ ସଂଖ୍ୟା ନୂଆ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ରହୁଥିବାରୁ ଦେଶରେ ଆଜି ସୁସ୍ଥତା ହାର 93.81%କୁ ବୃଦ୍ଧି ପାଇଛି । ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 88,47,600ରେ ପହଞ୍ଚିଛି । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ଥିବା ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ଏବେ 84,00,648 ହୋଇଛି, ଯାହାକି ସକ୍ରିୟ ମାମଲାର 19.8 ଗୁଣ ।
ଗତ ଏକ ମାସ ମଧ୍ୟରେ କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶରେ ସକ୍ରିୟ ମାମଲା ସର୍ବାଧିକ ହ୍ରାସ ପାଇଛି ।
ଅପରପକ୍ଷରେ ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନରେ ସକ୍ରିୟ ମାମଲା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି ।
ଭାରତରେ ମୋଟ କରୋନା ନମୁନା ପରୀକ୍ଷା ଆଜି 14 କୋଟିକୁ ଅତିକ୍ରମ କରିଥିବାରୁ ଦେଶ କୋଭିଡ ଯୁଦ୍ଧରେ ଏକ ମାଇଲଖୁଣ୍ଟ ହାସଲ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 8,76,173ଟି ନମୁନା ପରୀକ୍ଷା ହୋଇଛି । ଦୈନିକ ନମୁନା ପରୀକ୍ଷା କ୍ଷମତା ଦେଶରେ ଏବେ 15 ଲକ୍ଷକୁ ବୃଦ୍ଧି ପାଇଛି ।
ଗତ 24 ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ମଧ୍ୟରୁ 78.31% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ଗତ 24 ଘଣ୍ଟା ମଧ୍ୟରେ କେରଳରେ 5,643ଟି ମାମଲା ଆସିଥିବା ବେଳେ ମହାରାଷ୍ଟ୍ରରେ 5,544 ଏବଂ ଦିଲ୍ଲୀରେ 4,906 ମାମଲା ଆସିଛି ।
ସେହିପରି ନୂଆ ସୁସ୍ଥଙ୍କ ମଧ୍ୟରେ 76.94% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ।
ଦିଲ୍ଲୀରେ ସର୍ବାଧିକ 6,325 ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ 5,861 ଏବଂ ମହାରାଷ୍ଟ୍ରରେ 4,362 ଜଣ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 443 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 78.56% ମୃତ୍ୟୁ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ଜାତୀୟ ମୃତ୍ୟୁ ହାର ଏବେ 1.45%କୁ ହ୍ରାସ ପାଇଛି । ପ୍ରତି ଦଶଲକ୍ଷ ଜନସଂଖ୍ୟା ମୃତ୍ୟୁହାର କ୍ଷେତ୍ରରେ ବିଶ୍ୱ (99.4 ଏବେ) ହାର ତୁଳନାରେ ଭାରତ ସର୍ବନିମ୍ନ ସ୍ଥାନରେ ରହିଛି ।
ଗତ 24 ଘଣ୍ଟା ମଧ୍ୟରେ ହୋଇଥିବା ମୃତ୍ୟୁରୁ 19.18% କେବଳ ମହାରାଷ୍ଟ୍ର(85)ରେ ହୋଇଛି । ଏହା ପଛକୁ ଦିଲ୍ଲୀରେ 68 ଏବଂ ପଶ୍ଚିମବଙ୍ଗରେ 54 ମୃତ୍ୟୁ ହୋଇଛି ।