ନୂଆଦିଲ୍ଲୀ, କରୋନା କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ମୋ ବସ୍ ସେବା ଆଜିଠାରୁ ସ୍ବାଭାବିକ ହୋଇଛି । ରାଜ୍ୟର ସମସ୍ତ ୨୨ ଟି ରୁଟ୍ ରେ ୧୪୪ଟି ମୋ ବସ୍ ଗଡିବ ବୋଲି କ୍ରୁଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ପୂର୍ବରୁ କରୋନା ପାଇଁ କେବଳ ୭ଟି ରୁଟ୍ ରେ ମୋ ବସ୍ ସେବା ଯୋଗାଇବା ପାଇଁ ଅନୁମତି ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୮ ଟି ରୁଟ୍ ରେ ଓ ଶେଷ ଥର ପାଇଁ ନଭେମ୍ବର ମାସ ୧୭ ତାରିଖରେ ୧୦୯ଟି ମୋ ବସ୍ କୁ ଚଳାଚଳ ପାଇଁ ଅନୁମତି ମିଳିଥିଲା ।