କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ-ଆଜି ଦିନ 11ଟା ସମୟରେ ପୁରୀ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ନୟାଗଡ଼ ଜିଲ୍ଲା ର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ସମ୍ପୁକ୍ତ ଥିବା ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରାଯାଉ ଓ ମନ୍ତ୍ରୀ ଅରୁଣସାହୁ ଙ୍କର ଇସ୍ତଫା ଦାବି ଏବଂ ସ୍ଥାନୀୟ ସରପଞ୍ଚ ସୌମ୍ୟରଞ୍ଜନ ଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଇଛି | ଏନେଇ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପୁରୀ ଜିଲ୍ଲା ଶାଖା ର , ସୂଚନା ଅଧିକାର କର୍ମୀ ବଟକୃଷ୍ଣପ୍ରଧାନ ଙ୍କ ନେତୃତ୍ୱରେ ଆଜି ବିକ୍ଷୋଭ କରାଯାଇଥିଲା |ଏଥିରେ 20ଜଣରୁ ଉର୍ଦ୍ଧ୍ବ କର୍ମୀମାନେ ଯୋଗଦେଇଥିଲେ | ପ୍ରଦୀପ୍ତ ମୋହନ ଦଳାଇ , କାଶୀନାଥ ସ୍ୱାଇଁ , ସନ୍ତୋଷ ମହାନ୍ତି ,ବିଶ୍ଵଜିତ ମହାନ୍ତି ,ଶୁଭେନ୍ଦୁ ପରିଡ଼ା , ନରେନ୍ଦ୍ର ମୁଦୁଲି ,କାର୍ତ୍ତିକ ପରିଡ଼ା ଙ୍କ ସହିତ ଅନ୍ୟାନ୍ୟ ସହଯୋଗୀ ମନେ ଉପସ୍ଥିତ ଥିଲେ |