ରାଉରକେଲା– ଟ୍ରେନ୍ ମଧ୍ୟରେ ନାବାଳିକାଙ୍କୁ ପ୍ରେମ ନିବେଦନ କରିବା ଠିକାଦାରଙ୍କୁ ମହଙ୍ଗା ପଡିଛି । ଘଟଣାରେ ରାଉରକେଲା ରେଳବାଇ ଥାନା ପୋଲିସ ସମ୍ପୃକ୍ତ ଠିକାଦାରଙ୍କୁ ଗିରଫ କରିଛି । ଗିରଫ ଠିକାଦାର ମୁର୍ସିଦାବାଦ ଅଂଚଳର ସମ୍ରାଟ ଶେଖ୍ ବୋଲି ଜଣାପଡିଛି । ନାବାଳିକା ଜଣକ ନିଜ ପରିବାର ଲୋକଙ୍କ ସହିତ ମୁମ୍ବାଇରୁ ଟାଟା ଅଭିମୁଖେ ଯାଉଥିବା ବେଳେ ଠିକାଦାର ଜଣକ ଟ୍ରେନ୍ ଭିତରେ ତାଙ୍କୁ ପ୍ରେମ ନିବେଦନ କରିବା ସହ ତାଙ୍କ ପ୍ରତି ଦୁର୍ବ୍ୟବହାର ଆଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ପୋଲିସ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।