

ଏ ସମ୍ପର୍କରେ ଡ ପାତ୍ର ନ୍ୟାସନାଲ ଚାଇଲ୍ଡ ପ୍ରୋଟେକ୍ସନ ରାଇଟ୍ସ କମିଟିର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତିା ଡ. ପାତ୍ର କହିଛନ୍ତି ଯେ ଏହି ସ୍ମାରକ ପତ୍ରରେ ସେ ଏନସିପିସିଆର ଏହାକୁ ନେଇ ସ୍ୱତନ୍ତ୍ର କମିଟି ଗଠନ କରି ସ୍ପଟ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ସେହିପରି ନୟାଗଡ଼ର ଏସ ପି ଓ କଲେକ୍ଟରଙ୍କୁ ଡାକି ଏଠାକୁ ସମନ କରି ପଚାରା ଉଚାର କରାଯିବାକୁ ମଧ୍ୟ ନିବେଦନ କରା ଯାଇଛି ରାଜ୍ୟର କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ କଣ ଭୂମିକା ରହିଛି ତାହାକୁ ମଧ୍ୟ ତଦନ୍ତ କରାଯିବାକୁ ଅନୁରୋଧ କରା ଯାଇଛି । ଏହି ଘଟଣାକୁ ନେଇ ସେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଏନସିପିସିଆର ଅଧ୍ୟକ୍ଷ ଆଶ୍ୱାସନା ଦେଇଥିବା ଡ. ପାତ୍ର ସୂଚନା ଦେଇଛନ୍ତି ।