ପଟ୍ଟାମୁଣ୍ଡାଇ– ଟେଣ୍ତର ଫିକ୍ସିଂର ଗୁମର ଖୋଲିଦେବାରୁ ଜଣେ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ଆରଡବ୍ଲୁଏସଏସ) ରେ ୧କୋଟି ୨୫ ଲକ୍ଷ ଟଙ୍କାର ଅନିୟମିତତା ନେଇ ଅଭିଯୋଗ କରିବାର ତିନି ଦିନ ପରେ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ପଟ୍ଟାମୁଣ୍ତାଇ ପୋଖରିଆପଡ଼ାର ଠିକାଦାର ଶୁଭେନ୍ଦୁ ରାଉତ ଗୁରୁତର ହୋଇଥିବା ବେଳେ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ପଟ୍ଟାମୁଣ୍ତାଇ ଥାନାରେ ଏତଲା କରିଛନ୍ତି । ଏତଲାରେ ଜଣେ ଯନ୍ତ୍ରୀଙ୍କୁ ସେ ଏଥିପାଇଁ ଦାୟୀ କରିଛନ୍ତି । ଟେଣ୍ତର୍ ଫିକ୍ସି˚ ଘଟଣାରେ ସ˚ପୃକ୍ତ ଯନ୍ତ୍ରୀଙ୍କ କଳା କାରନାମା ଖୋଲିଦେବାରୁ ସ୍ବାମୀଙ୍କ ଉପରେ ଏପରି ଆକ୍ରମଣ କରାଯାଇଥିବା ଶ୍ରୀମତୀ ରାଉତ ଅଭିଯୋଗରେ ଦର୍ଶାଇଛନ୍ତି । ପୁଲିସ ଅଭିଯୋଗ ଆଧାରରେ ମାମଲା (୪୯୫/୨୦, ଦଫା ୩୪୧, ୩୨୩, ୩୨୫, ୩୦୭, ୪୦୭ ଓ ୩୪ଆଇପିସି) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦେହୁରୀ ବି ନୋଟିସ୍ ବୋର୍ଡରେ ବିଜ୍ଞପ୍ତି ମରାନଯାଇ ଟେଣ୍ତର୍ ପେପର୍ ବିକ୍ରି କରାଯିବା ଭୁଲ୍ ବୋଲି ସ୍ବୀକାର କରିବା ସହ ଅବସରପ୍ରାପ୍ତ କର୍ମଚାରୀ ମୋ ଅଜାଣତରେ ଅଫିସ୍କୁ ଆସିଥିବା ସଫେଇ ଦେଇଛନ୍ତି ।